To Riban Fita
Abhijit Majumdar
4:26ହାଏ ମତେ ଛପନ छोरी କଲା ଘାଇଲା ଟିନି-ଟିନି ଛାତିରେ ମୋର ଘଣ୍ଟି ବାଜିଲା ମଣିଆଟା କୁଆଡେ ଗଲା? दिल ମୋର ହଲେଇ ଦେଲା ମାଆ ରାଣ! କଉଠି ତାକୁ ଧରିବି ଲୋ? ଆଇବୁ ଲୋ, ଆଇବୁ ଲୋ ତିନିଟା ବେଳେ ଆଇବୁ ଲୋ Matinee show ଦେଖେଇ ନେବି ପାଖରେ ମୋର ବଇବୁ ଲୋ ହଁ, ଆଇବୁ ଲୋ, ଆଇବୁ ଲୋ ପାଞ୍ଚଟା ବେଳେ ଆଇବୁ ଲୋ ନଈ କୂଳକୁ ବୁଲେଇ ନେବି କଟକି ପେଡା ଖାଇବୁ ଲୋ ହାଏଲୋ ମତେ ମାଇଲା ତୀର ଛାତି ଜଳେ ଦାଉଦାଉ ତତେ love କରୁଛି, ଯଦି ମିଛ କହୁଛି ତାହେଲେ ଖୋପିଦବ ମତେ କାଉ ହାଏଲୋ ସିଏ love master ଫସିବିନି ଜମା ଆଉ ମୁଁ ତୋ ପ୍ରେମ ପୂଜାରୀ ତତେ ନେବିଲୋ ପୁରୀ ଧନ ଶୀତ ଟିକେ ପଡ଼ିଯାଉ ହେ, ଦେଖିବାକୁ ଚିକିନା ରାମା ବଜେଇଲେ ବାଜୁନି ଜମା କେବେ ମୋର ମାନର କଥା କହିବି ଲୋ? ଆଇବୁ ଲୋ, ଆଇବୁ ଲୋ Bike ରେ ମୋର୍ ବଇବୁ ଲୋ Humps ଦେଖି ବାଡ଼େଇ ହବୁ ତା ପରେ ମଜା କହିବୁ ଲୋ ହଁ, ଆଇବୁ ଲୋ, ଆଇବୁ ଲୋ ଖଣ୍ଡଗିରିକୁ ଆଇବୁ ଲୋ ଯାତ୍ରା ତତେ ଦେଖେଇ ନେବି କହୁଣୀ ମାଡ଼ ଖାଇବୁ ଲୋ ହାଏଲୋ ଟୋକା ପାଣିର ମାଛ ହୁଏ ଖାଲି ଚପ-ଚପ ଆଲୋ, ଟାଇଁ-ଟାଇଁ ଫିସ୍ ମତେ ମନ ଦେଲେ miss ଉହୁଁ, ଜାଣିବୁଲୋ କେତେ ଲାଭ ହାଏଲୋ ସିଏ ନୂଆ ରୋମିଓ ତା ପରି କିଏ ସେ ହବ? ଝିଅ ଭାରି ଛନକି ଆଉ ଦେ ନି ଠକି ହଁ, ବୟସ ତୋ ଢ଼ଳିଯିବ ପ୍ରେମ ତାର ଗୁଟୁରୁ ଗୁମା ମନକୁ ମୋ କରିଛି ଛମା ତା ବିନା ମୁଁ କୁଆଁରୀ ହେଇ ରହିବି ଲୋ ହଁ, ଆଇବୁ ଲୋ, ଆଇବୁ ଲୋ Shooting ଦେଖି ଆଇବୁ ଲୋ ଉତ୍ତମ ଭାଇକୁ ଚିହ୍ନେଇ ଦେବି ବଢିଆ role ପାଇବୁ ଲୋ ଆରେ, ଆଇବୁ ଲୋ, ଆଇବୁ ଲୋ ଦଶରା ଦେଖି ଆଇବୁ ଲୋ Melody party ରେ ଚଢ଼େଇ ଦେବି ରିବନ ଫିତା ଗାଇବୁ ଲୋ