Bhabara Sahare

Bhabara Sahare

Kumar Bapi

Альбом: Bhabara Sahare
Длительность: 6:16
Год: 2025
Скачать MP3

Текст песни

ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା—ଠାକୁର
ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା—ଠାକୁର
ଭାବକୁ ନିକଟ ସେ ତ ଅଭାବକୁ ଦୂର
ଭାବକୁ ନିକଟ ସେ ତ ଅଭାବକୁ ଦୂର
ସୀମାହୀନ ଆକାଶ ସେ ସୀମାହୀନ ସାଗର
ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା—ଠାକୁର
ଭାବରେ ବୁଡ଼ିବ ଯିଏ
ଭାବରେ ହଜିବ ଯିଏ
ଭାବରେ ରସିବ ଯିଏ
ଆନନ୍ଦ—ଆନନ୍ଦ
ପାପରେ ବୁଡ଼ିବ ଯିଏ
ମିଛରେ ରସିବ ଯିଏ
ମାୟାରେ ହଜିବ ଯିଏ
ବିଷାଦ—ବିଷାଦ
ହୋ, ଭାବରେ ବୁଡ଼ିବ ଯିଏ
ଭାବରେ ହଜିବ ଯିଏ
ଭାବରେ ରସିବ ଯିଏ
ଆନନ୍ଦ ଆନନ୍ଦ
ପାପରେ ବୁଡ଼ିବ ଯିଏ
ମିଛରେ ରସିବ ଯିଏ
ମାୟାରେ ହଜିବ ଯିଏ
ବିଷାଦ—ବିଷାଦ
ଭାବରେ, ଭାବରେ ଚାଲେ ଅଭାବୀ ସଂସାର
ଭାବରେ, ଭାବରେ ଚାଲେ ଅଭାବୀ ସଂସାର
ଆନନ୍ଦ—ବିଷାଦ ଭରା ଏ ଭବ ସାଗର
ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା—ଠାକୁର
ଧରମ—କରମ ସତ
ଜନମ—ମରଣ ସତ
ଆତ୍ମା ପରମାତ୍ମା ସତ
ମିଛ ଏ ଜଗତ
ଧନ—ଯଉବନ ମିଛ
କୁଟୁମ୍ବ—ସଂସାର ମିଛ
କାମନା—ବାସନା ମିଛ
ସତ ମୋ ଜଗନ୍ନାଥ
ହୋ, ଧରମ—କରମ ସତ
ଜନମ—ମରଣ ସତ
ଆତ୍ମା ପରମାତ୍ମା ସତ
ମିଛ ଏ ଜଗତ
ଧନ—ଯଉବନ ମିଛ
କୁଟୁମ୍ବ—ସଂସାର ମିଛ
କାମନା—ବାସନା ମିଛ
ସତ ମୋ ଜଗନ୍ନାଥ
ମିଛରେ, ସତରେ ଗଢା
ଏ ମନ ଶରୀର
ମିଛରେ, ସତରେ ଗଢା
ଏ ମନ ଶରୀର
ମୋହ, ମାୟା, ଛଳ ଭରା ଏ ଜଗତ ସଂସାର
ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା—ଠାକୁର
ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା—ଠାକୁର
ଭାବକୁ ନିକଟ ସେ ତ ଅଭାବକୁ ଦୂର
ଭାବକୁ ନିକଟ ସେ ତ ଅଭାବକୁ ଦୂର
ସୀମାହୀନ ଆକାଶ ସେ ସୀମାହୀନ ସାଗର