Bayasa Rajapathare

Bayasa Rajapathare

Shakti Mishra

Альбом: Bayasa Rajapathare
Длительность: 5:06
Год: 2025
Скачать MP3

Текст песни

ବୟସ ରାଜପଥରେ ମନ ହେଲେ ବାଟବଣା
ଘଟିଥାଏ ଥରେ ଥରେ ମିଠା ମିଠା ଦୁର୍ଘଟଣା

ତୁ ବାଟଭାଙ୍ଗି ଚାଲିଗଲୁ ଏଡ଼େ ସ୍ୱାର୍ଥପର
ମୁଁ ହେଇଗଲି ରାସ୍ତାକଡ଼ ଭଙ୍ଗା କୋଠାଘର

ବୟସ ରାଜପଥରେ ମନ ହେଲେ ବାଟବଣା
ଘଟିଥାଏ ଥରେ ଥରେ ମିଠା ମିଠା ଦୁର୍ଘଟଣା

ମୁଁ ଯେବେ ଗାଇଲି ପ୍ରେମର ପୁରବୀ ରାଗ
ତୁ କରୁଥିଲୁ ଆଳାପ
ଶୁଣିବା ଲୋକ ତ ତତେ ହିଁ କହିଲେ ଭଲ
ମୁଁ ହେଇଗଲି ଖରାପ
ମୁଁ ଯେବେ ଗାଇଲି ପ୍ରେମର ପୁରବୀ ରାଗ
ତୁ କରୁଥିଲୁ ଆଳାପ
ଶୁଣିବା ଲୋକ ତ ତତେ ହିଁ କହିଲେ ଭଲ
ମୁଁ ହେଇଗଲି ଖରାପ

ମୁଁ ନିହାଣର ଆଘାତରେ କୋର୍ଣାକ ପଥର
ତୁ କିବୁଜିବୁ ଚିତ୍ରନଟି ଗୋଟେ ହୃଦୟର ସୁର

ବୟସ ରାଜପଥରେ ମନ ହେଲେ ବାଟବଣା
ଘଟିଥାଏ ଥରେ ଥରେ ମିଠା ମିଠା ଦୁର୍ଘଟଣା

ଗୋଟିଏ ସତ୍ୟକୁ କୋଟିଏ ସମ୍ମାନ ଦେଲି
ତୁ ହେଇଗଲୁ ମିଛେଇ
ମଳୟ ଝୁଲାଏ ଚନ୍ଦନ ଝୁଲଣା ତୋର
ମୁଁ ଅଂଶୁଘାତ ବାଟୋଇ
ଗୋଟିଏ ସତ୍ୟକୁ କୋଟିଏ ସମ୍ମାନ ଦେଲି
ତୁ ହେଇଗଲୁ ମିଛେଇ
ମଳୟ ଝୁଲାଏ ଚନ୍ଦନ ଝୁଲଣା ତୋର
ମୁଁ ଅଂଶୁଘାତ ବାଟୋଇ

ତୁ ଛଳନାର ମଧୁଗନ୍ଧ ଡିମିରି ଫୁଲର
ମୁଁ ଫଟା ଏକ ବଇଁଶୀରେ ସମ୍ପର୍କର ସୁର

ବୟସ ରାଜପଥରେ ମନ ହେଲେ ବାଟବଣା
ଘଟିଥାଏ ଥରେ ଥରେ ମିଠା ମିଠା ଦୁର୍ଘଟଣା
ମିଠା ମିଠା ଦୁର୍ଘଟଣା
ଉଁହୁଁ ହୁଁହୁଁ-ଉଁହୁଁ-ହୁଁହୁଁ