Sakha Hey
Shantiraj, Suresh Panda, & Tatlura Prakash
7:08ପାଦରେ ନୂପୁର, ନୂପୁରେ ଘୁଙ୍ଗୁର ପାଦରେ ନୂପୁର, ନୂପୁରେ ଘୁଙ୍ଗୁର ଘୁଙ୍ଗୁର ମୋ ରୁଣୁ-ଝୁଣୁ ମଧୁର-ମଧୁର ମୋହନ ମୁରଲୀ ଅଧିର ମୁଁ ଶୁଣୁ-ଶୁଣୁ ଆଏ-ହାଏ ରେ, ଅଧିର ମୁଁ ଶୁଣୁ-ଶୁଣୁ ନୟନେ ସପନ, ସପନେ ମୋହନ ନୟନେ ସପନ, ସପନେ ମୋହନ ମୋହନ ହାତରେ ବେଣୁ ସୁନ୍ଦର ସୁନ୍ଦର ଶ୍ରୀରଙ୍ଗ ଅଧର ଓଠ ଗାଏ ଗୁଣୁ-ଗୁଣୁ ଆଏ-ହାଏ ରେ, ଘୁଙ୍ଗୁର ମୋ ରୁଣୁ-ଝୁଣୁ ମହକେ କୁଞ୍ଜ କାନନ, ଚନ୍ଦନ-ଚନ୍ଦନ ଏ ମଧୁବନ ଆକୁଳ ଦୁଇ ନୟନ, ଖୋଜେ ନିଶି-ଦିନ ମନ-ମୋହନ କାନନେ ଫଗୁଣ, ଫଗୁଣେ ଝୁଲଣ କାନନେ ଫଗୁଣ, ଫଗୁଣେ ଝୁଲଣ ଝୁଲଣରେ ଝୁଲେ କାହ୍ନୁ ଆସିବେ ମୋହନ, ମୋହିବେ ମୋ ମନ ଭାବୁଥାଏ ଏଣୁ ତେଣୁ ଆଏ-ହାଏ ରେ, ଘୁଙ୍ଗୁର ମୋ ରୁଣୁ-ଝୁଣୁ ମାନିନୀ, ମଧୁ ଜାମିନୀ, ଦେହେ ଶିହରଣ, ମନ କାମିନୀ ଅଧରେ, ମଧୁ କମ୍ପନ, ଅଧିର ସ୍ପନ୍ଦନ, ଚଞ୍ଚଳ ମନ ଗୋଧୂଳି ଲଗନ, ଲଗନେ ମଗନ ଗୋଧୂଳି ଲଗନ, ଲଗନେ ମଗନ ମଗନି ମୋ ଗୁଣୁ-ଗୁଣୁ ମଦନ-ମୋହନ ମଧୁ ବଂଶୀ ସ୍ୱର, ଅଥୟ ମୁଁ ଶୁଣୁ-ଶୁଣୁ ଆଏ-ହାଏ ରେ, ଘୁଙ୍ଗୁର ମୋ ରୁଣୁ-ଝୁଣୁ ପାଦରେ ନୂପୁର, ନୂପୁରେ ଘୁଙ୍ଗୁର ପାଦରେ ନୂପୁର, ନୂପୁରେ ଘୁଙ୍ଗୁର ଘୁଙ୍ଗୁର ମୋ ରୁଣୁ-ଝୁଣୁ ମଧୁର-ମଧୁର ମୋହନ ମୁରଲୀ ଅଧିର ମୁଁ ଶୁଣୁ-ଶୁଣୁ ଆଏ-ହାଏ ରେ, ଅଧିର ମୁଁ ଶୁଣୁ-ଶୁଣୁ ନୟନେ ସପନ, ସପନେ ମୋହନ ନୟନେ ସପନ, ସପନେ ମୋହନ ମୋହନ ହାତରେ ବେଣୁ ସୁନ୍ଦର ସୁନ୍ଦର ଶ୍ରୀରଙ୍ଗ ଅଧର, ଓଠ ଗାଏ ଗୁଣୁ-ଗୁଣୁ ଆଏ-ହାଏ ରେ, ଅଧିର ମୁଁ ଶୁଣୁ-ଶୁଣୁ ଆଏ-ହାଏ ରେ, ଘୁଙ୍ଗୁର ମୋ ରୁଣୁ-ଝୁଣୁ ଆଏ-ହାଏ ରେ, ଘୁଙ୍ଗୁର ମୋ ରୁଣୁ-ଝୁଣୁ