Lekhi Deli Chhati Chiri

Lekhi Deli Chhati Chiri

Suresh Wadekar

Длительность: 4:53
Год: 2023
Скачать MP3

Текст песни

ଲେଖିଦେଲି ଛାତି ଚିରି, ରକତର କାଳି ଧରି
ପ୍ରିୟାରେ ତୋ ନାଁ, ତୋ ଗାଆଁ ଠିକଣା
ଲେଖିଦେଲି ଛାତି ଚିରି, ରକତର କାଳି ଧରି
ସାଥିରେ ତୋ ନାଁ, ତୋ ଗାଆଁ ଠିକଣା
ତୁ ରହିଛୁ ମୋ ଭିତରେ
ମୁଁ ରହିଛି ତୋ ଭିତରେ
ଯିବିନି କହିଲେ ଯା, ଯା
ଲେଖିଦେଲି ଛାତି ଚିରି, ରକତର କାଳି ଧରି
ସାଥିରେ ତୋ ନାଁ, ତୋ ଗାଆଁ ଠିକଣା
ହୋ, ପ୍ରିୟାରେ ତୋ ନାଁ, ତୋ ଗାଆଁ ଠିକଣା
ମୋ ବାଟରେ ମୁଁ ଥିଲି ଥକା ବାଟୋଇ
ତୋ ଓଢ଼ଣୀ ତଳେ ମତେ ଦେଲୁ ଶୁଆଇ
ଖରାରେ ଥିଲି ମୁଁ ଦେଲୁ ତୁ ଛାଇ
ମୋ ଗାଆଁରେ ମୁଁ ଥିଲି ଏକା କୁଆଁରୀ
ତୋ ନାଆଁରେ ସଜ କଲି ଫୁଲ ସବାରୀ
କହିଲୁ ନବୁ ତୁ ମୋ ହାତ ଧରି
ତୋ ହାତରେ, ମୋ ହାତଟି
ମୋ ହାତରେ, ତୋ ହାତଟି
ଛନ୍ଦି ହେଇଗଲା ଛାଁ, ଛାଁ
ଲେଖିଦେଲି ଛାତି ଚିରି, ରକତର କାଳି ଧରି
ସାଥିରେ ତୋ ନାଁ, ତୋ ଗାଆଁ ଠିକଣା
ହୋ, ପ୍ରିୟାରେ ତୋ ନାଁ, ତୋ ଗାଆଁ ଠିକଣା
ହେ—ହେ—ହେ
ହେ—ହେ—ହେ
ଆ—ଆ—ଆ
ମୋ ଆଖିରେ ତୋ ଛବି, ତୋ ଚେହେରା
ସେ ଚେହେରା ମତେ ଆଜି ଲାଗେ ନିଆରା
ରଖିବି ସାଇତି ଜୀବନ ସାରା
ମୋ ଓଠରେ ତୋରି କଥା, ତୋ କାହାଣୀ
ସେଇ କାହାଣୀ ଏତେ ମିଠା ନ ଥିଲି ଜାଣି
ଜାଣିବା ଆଗରୁ ଧରିଲୁ ଟାଣି
ତୁ ଟାଣିଲୁ ତୋ ପାଖକୁ
ମୁଁ ଟାଣିଲି ମୋ ପାଖକୁ
ମୋ ପାଖେ ଏମିତି ଖାଁ, ଖାଁ
ଲେଖିଦେଲି ଛାତି ଚିରି, ରକତର କାଳି ଧରି
ପ୍ରିୟାରେ ତୋ ନାଁ, ତୋ ଗାଆଁ ଠିକଣା
ଆ, ସାଥିରେ ତୋ ନାଁ, ତୋ ଗାଆଁ ଠିକଣା