Janhare Tate
Udit Narayan
5:42ଜହ୍ନ ରେ ତତେ ପୁନେଇଁ ରାଣ ଜହ୍ନ ରେ ତତେ ପୁନେଇଁ ରାଣ ଘଡ଼ିଏ ରହିଯା, ଆଉ ଘଡ଼ିଏ ରହିଯା ଚାନ୍ଦିନୀ ରାତି, ଚନ୍ଦନ ସାଥି ସରିନି ଲାଜ, ସରିଯାଉଛି ରାତି ଚାନ୍ଦିନୀ ରାତି, ଚନ୍ଦନ ସାଥି ସରିନି ଲାଜ, ସରି ଯାଉଛି ରାତି ବେଗି—ବେଗି ତୁ ଆଜି ନଯା', ନଯା', ନଯା' ଘଡ଼ିଏ ରହିଯା, ଆଉ ଘଡ଼ିଏ ରହିଯା ଜହ୍ନ ରେ ତତେ ପୁନେଇଁ ରାଣ ଜହ୍ନ ରେ ତତେ ପୁନେଇଁ ରାଣ ଅଳତା ନାଇ, ସିନ୍ଦୁର ନାଇ ମଥାରେ ହାତେ ଓଢଣା ଦେଇ ବସିଛି ଲାଜେ ନୂଆ କନିଆଁ ମୁହଁ ଲୁଚେଇ, ମୁହଁ ଲୁଚେଇ କହେ ସିନ୍ଦୁର କଥା ମୁଁ ଦେଲି ସାରା ଜୀବନ ମୁଁ ତୁମର ହେଲି କହୁଛି ଶଙ୍ଖା, ପ୍ରଥମ ଦେଖା ଯିବନି ଭୁଲି, ଯିବନି ଭୁଲି ଚଉଠି ରାତି, ଚମକେ ଛାତି ଏତେ ବେଗି ଆଜି ନପାହୁ ରାତି ଚଉଠି ରାତି, ଚମକେ ଛାତି ଏତେ ବେଗି ଆଜି ନପାହୁ ରାତି ସିଏ ରାଣୀ, ମୁଁ ଆଜି ରଜା, ରଜା, ରଜା ଘଡ଼ିଏ ରହିଯା, ଆଉ ଘଡ଼ିଏ ରହିଯା ହେ, ଜହ୍ନ ରେ ତତେ ପୁନେଇଁ ରାଣ ଜହ୍ନ ରେ ତତେ ପୁନେଇଁ ରାଣ ସଜେଇ ହେଇ ବସିଛି ରାଧା ଓଢ଼ଣା ତଳେ ହସୁଚି ଅଧା ମହକେ ରାତି, ମହକେ ଶେଯ ରଜନୀଗନ୍ଧା, ରଜନୀଗନ୍ଧା ଗୋଲାପ ଶେଯେ ଅଳସ କନ୍ୟା ଅଳସ ଦେହେ ପ୍ରୀତିର ବନ୍ୟା ଦୁଇଟି ମନ ଆଜି ମିଳନ ଗଙ୍ଗା ଯମୁନା, ଗଙ୍ଗା ଯମୁନା ମଧୁ ଚନ୍ଦ୍ରିକା, ମଧୁର ପ୍ରୀତି ଏମିତି ରାତି ସେତ ଅଭୁଲା ସ୍ମୃତି ମଧୁ ଚନ୍ଦ୍ରିକା, ମଧୁର ପ୍ରୀତି ଏମିତି ରାତି ସେତ ଅଭୁଲା ସ୍ମୃତି ଛାଡି ଏକା ଆମକୁ ତୁ ନଯା', ନଯା', ନଯା' ଘଡ଼ିଏ ରହିଯା, ଆଉ ଘଡ଼ିଏ ରହିଯା ଜହ୍ନ ରେ ତତେ ପୁନେଇଁ ରାଣ ଜହ୍ନ ରେ ତତେ ପୁନେଇଁ ରାଣ ଘଡ଼ିଏ ରହିଯା, ଆଉ ଘଡ଼ିଏ ରହିଯା ଚାନ୍ଦିନୀ ରାତି, ଚନ୍ଦନ ସାଥି ସରିନି ଲାଜ ସରିଯାଉଛି ରାତି ଚାନ୍ଦିନୀ ରାତି, ଚନ୍ଦନ ସାଥି ସରିନି ଲାଜ, ସରିଯାଉଛି ରାତି ବେଗି—ବେଗି ତୁ ଆଜି ନଯା', ନଯା', ନଯା' ଘଡ଼ିଏ ରହିଯା, ଆଉ ଘଡ଼ିଏ ରହିଯା ଘଡ଼ିଏ ରହିଯା, ଘଡ଼ିଏ ରହିଯା