Mahabahu
Kumar Bapi
6:36ଭୋଦୁଅ କଳା ରାତିରେ, ଅଷ୍ଟମୀ ଥିଲା ତିଥିରେ ଭୋଦୁଅ କଳା ରାତିରେ, ଅଷ୍ଟମୀ ଥିଲା ତିଥିରେ କଳା-ଚାନ୍ଦ ଆସି ପଡିଲା ମଥୁରା ମାଟିରେ ଦେବକୀ ମାଆର କୋଳରେ କଂସ ରାଜା ବନ୍ଦୀ ଶାଳରେ ଦେବକୀ ମାଆର କୋଳରେ କଂସ ରାଜା ବନ୍ଦୀ ଶାଳରେ ଜନମିଲେ କୃଷ୍ଣ ଅପରୂପ ଦିନ କାନ୍ତିରେ ଗୋବିନ୍ଦ, ଗୋବିନ୍ଦ, ଗୋବିନ୍ଦ ବୋଲୋ ମଧୁର ଆନନ୍ଦେ ଗୋବିନ୍ଦ ବୋଲୋ ଗୋବିନ୍ଦ, ଗୋବିନ୍ଦ, ଗୋବିନ୍ଦ ବୋଲୋ ମଧୁର ଆନନ୍ଦେ ଗୋବିନ୍ଦ ବୋଲୋ ଅଷ୍ଟମ ଗରଭେ ଯେଁଉ ସନ୍ତାନ କରିବ ସେ ଆଜି କଂସ ନିଧନ ଧରାରେ ଅଧର୍ମ ବିନାଶ ପାଇଁ ଅବତାର ଧରି ଆସିଲ ସାଇଁ ମାୟାଧର ମାୟା ଭିଡ଼ିଲେ ଜଗୁଆଳି ଶୋଇ ପଡ଼ିଲେ ମାୟାଧର ମାୟା ଭିଡ଼ିଲେ ଜଗୁଆଳି ଶୋଇ ପଡ଼ିଲେ ବସୁଦେବ ହାତୁ ଶିକୁଳି ଗଳା ଫିଟି ରେ ଫିଟିଗଲା ଲୁହା କବାଟ ବିଜୁଳୀ ଦେଖାଇଲା ବାଟ ଫିଟିଗଲା ଲୁହା କବାଟ ବିଜୁଳୀ ଦେଖାଇଲା ବାଟ କୃଷ୍ଣଙ୍କୁ ମୁଣ୍ଡେଇ ଗୋପପୁର ଗଲେ ଛୁଟିରେ ଗୋବିନ୍ଦ, ଗୋବିନ୍ଦ, ଗୋବିନ୍ଦ ବୋଲୋ ମଧୁର ଆନନ୍ଦେ ଗୋବିନ୍ଦ ବୋଲୋ ଗୋବିନ୍ଦ, ଗୋବିନ୍ଦ, ଗୋବିନ୍ଦ ବୋଲୋ ମଧୁର ଆନନ୍ଦେ ଗୋବିନ୍ଦ ବୋଲୋ ପହଞ୍ଚିଲେ ଯାଇ ଯମୁନା କୂଳେ ଦୁଇ କୂଳ ଛୁଇଁ ପାଣି ଉଛୁଳେ କେମିତି ସେ ଯିବେ ଆର ପାରିକୁ? ଲୁଚାଇ ରଖିବେ ଘନ ଶ୍ୟାମଙ୍କୁ ପାଣି ହେଲା ଦୁଇ ଭାଗରେ ଆଚମ୍ବିତ ବସୁଦେବ ରେ ପାଣି ହେଲା ଦୁଇ ଭାଗରେ ଆଚମ୍ବିତ ବସୁଦେବ ରେ ଦସଫଣି-ନାଗ ଛତା ହେଲା ମେଘ ରାତିରେ ନନ୍ଦ ଘରେ କୃଷ୍ଣ ରଖିଲେ କନ୍ୟା ରତନକୁ ଆଣିଲେ ନନ୍ଦ ଘରେ କୃଷ୍ଣ ରଖିଲେ କନ୍ୟା ରତନକୁ ଆଣିଲେ କେହି ନ ଜାଣିଲେ ଏହି ଘଟଣା ଗଲା ଘଟି ରେ ଗୋବିନ୍ଦ, ଗୋବିନ୍ଦ, ଗୋବିନ୍ଦ ବୋଲୋ ମଧୁର ଆନନ୍ଦେ ଗୋବିନ୍ଦ ବୋଲୋ ଗୋବିନ୍ଦ, ଗୋବିନ୍ଦ, ଗୋବିନ୍ଦ ବୋଲୋ ମଧୁର ଆନନ୍ଦେ ଗୋବିନ୍ଦ ବୋଲୋ ଗୋବିନ୍ଦ, ଗୋବିନ୍ଦ, ଗୋବିନ୍ଦ ବୋଲୋ ମଧୁର ଆନନ୍ଦେ ଗୋବିନ୍ଦ ବୋଲୋ ଗୋବିନ୍ଦ, ଗୋବିନ୍ଦ, ଗୋବିନ୍ଦ ବୋଲୋ ମଧୁର ଆନନ୍ଦେ ଗୋବିନ୍ଦ ବୋଲୋ