Mayurigo Tama Akash Mun

Mayurigo Tama Akash Mun

Mohammed Rafi

Альбом: Arundhati
Длительность: 3:30
Год: 1967
Скачать MP3

Текст песни

ମୟୂରୀଗୋ ତୁମ ଆକାଶେ ମୁଁ ଦିନେ ମଲ୍ହାରେ ମେଘ ସାଜିଲି
ଚନ୍ଦ୍ରିକା ତୋଳି ନାଚିଲ ତୁମେ, ଇନ୍ଦ୍ରଧନୁ ମୁଁ ଅଙ୍କିଲି
ମୟୂରୀଗୋ...
ତୁମ ଚନ୍ଦରେ ଯେବେ ମୋ ସୁର ହଜାଇଦେବି ବୋଲି ଭାବିଲି
ଏତେ ବର୍ଷାରେ, ମାଟି ଗନ୍ଧରେ, ଯେବେ ତୁମକୁ ମୁଁ ଭଲ ପାଇଲି

କେଉଁ ସବୁଜ-ବନର ମାୟାରେ
କେଉଁ ସବୁଜ-ବନର ମାୟାରେ
ତୁମେ ଲୁଚିଗଲ? କେତେ ଖୋଜିଲି

ମୟୂରୀଗୋ ତୁମ ଆକାଶେ ମୁଁ ଦିନେ ମଲ୍ହାରେ ମେଘ ସାଜିଲି
ମୟୂରୀଗୋ...
ଇନ୍ଦ୍ରଧନୁକୁ ଦେଇ ମୁଁ କଲି ଚନ୍ଦ୍ରିକା ତମ ରଙ୍ଗୀନ
ଇନ୍ଦ୍ରଧନୁକୁ ଦେଇ ମୁଁ କଲି ଚନ୍ଦ୍ରିକା ତମ ରଙ୍ଗୀନ
ନିଃଶ୍ବ ମୁଁ ଲୁହ ଝରାଏ ଆଜି ମାଟିର ଦେହେ ବିଲୀନ

ଭିଜା ମାଟି ମୁଁ ଏବେତ ଭାବୁଛି
ଭିଜା ମାଟି ମୁଁ ଏବେତ ଭାବୁଛି
କିପା' ତମକୁଗୋ ଭଲପାଇଲି?

ମୟୂରୀଗୋ ତୁମ ଆକାଶେ ମୁଁ ଦିନେ ମଲ୍ହାରେ ମେଘ ସାଜିଲି
ଚନ୍ଦ୍ରିକା ତୋଳି ନାଚିଲ ତୁମେ, ଇନ୍ଦ୍ରଧନୁ ମୁଁ ଅଙ୍କିଲି
ମୟୂରୀଗୋ...