Tu Jadi Na Dekhibu Mora Achi Kie
Satyajeet Pradhan
5:17ମହୋଦଧି ବିକଳରେ କରୁଛି ରଡି କାହିଁ ଯାଅ ମହାବାହୁ ଆମକୁ ଛାଡ଼ି, ଆମକୁ ଛାଡି? ବଳିଆର ଭୂଜ, ହେ କଳା ଠାକୁର କାଇଁ ଛାଡି ଯାଅ ଆଜି ଶିରିମନ୍ଦିର? ହୋ, ତୁମ ବିନା ଶ୍ରୀହୀନ ସାରା ଜଗତ ତୁମ ଛଡା ଓଡ଼ିଆ ଯେ ହବ ଅନାଥ ବାହୁନି କାନ୍ଦନ୍ତି ଆଜି ପଣ୍ଡା ପଡ଼ିହାରୀ କୁହ ହେ ମଣିମା କୁହ, କି ଦୋଷ ଆମରି କାଳିଆ ସାଆନ୍ତ ଯୋଡୁଛୁ ହାତ, କ୍ଷମା ଯେ ହଉ ହେ ମହାବାହୁ, ହେ ମହାବାହୁ ତୁମ ସାଥେ ଆମ ପ୍ରାଣ ଛାଡି ତ ଯାଉ ହେ ମହାବାହୁ, ହେ ମହାବାହୁ ତୁମ ସାଥେ ଆମ ପ୍ରାଣ ଛାଡି ତ ଯାଉ ଆମ ପ୍ରାଣ ପଛେ ଚାଲିଯାଉ ଆଜି ଆମ ଦେହରୁ ତୁମେ କେବେ ଛାଡ଼ି ଯାଅ ନାହିଁ ପ୍ରଭୁ ଆମ ପାଖରୁ ହଁ, ଶୁଖିବନି କେବେ ଲୁହ ଜମା ଆଉ ଦୁଇ ଆଖିରୁ ଦିଶିବନି ଯେବେ ଚକା ଆଖି ତୁମ ସିଂହଦୁଆରୁ ଅରୁଚି ହେଲା କି ପ୍ରଭୁ ଷାଠିଏ ପଉଟି? ହାତଠାରି ଡାକିଲା କି ଗୋପପୁର ମାଟି? ଜ୍ୟୋତି ବିନା ଆଖି ପାରିବ କି ଦେଖି କିଛି ଆଉ? ହେ ମହାବାହୁ, ହେ ମହାବାହୁ ତୁମ ସାଥେ ଆମ ପ୍ରାଣ ଛାଡି ତ ଯାଉ ହେ ମହାବାହୁ, ହେ ମହାବାହୁ ତୁମ ସାଥେ ଆମ ପ୍ରାଣ ଛାଡି ତ ଯାଉ ଜଗତରେ ନାହିଁ ତୁମ ପରି ଜଣେ ବଡ଼ ଠାକୁର ଭକତ ପାଇଁକି ଖୋଲି ଯେ ଦେଇଛି ଚାରି ଦୁଆର ହୋ, ପୁରୀ ଆକାଶରୁ ଲିଭିଯିବ ଜହ୍ନ ଆଜିକ ପରେ ଯେତେ ଖୋଜିଲେ ବି ଆଉ ଉଁଇବନି ନୀଳକନ୍ଦରେ କିଏ ପକାଇଲା ଆମ ଖୁସିରେ ନଜର? ଭକତକୁ ପର କରି ଦେଲେ ରେ ଠାକୁର ତୁମ ବିନା ପ୍ରଭୁ ଆମେ ମରିଯିବୁ ରାଣ ଖାଉ ହେ ମହାବାହୁ, ହେ ମହାବାହୁ ତୁମ ସାଥେ ଆମ ପ୍ରାଣ ଛାଡି ତ ଯାଉ ହେ ମହାବାହୁ, ହେ ମହାବାହୁ ତୁମ ସାଥେ ଆମ ପ୍ରାଣ ଛାଡି ତ ଯାଉ